📚 ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ସଂକଳିତ ଓଡ଼ିଆ ଭାଷାର ସବୁଠାରୁ ବଡ଼ ଭଣ୍ଡାର - "ଓଡ଼ିଆ ଭାଷାର କୋଣାର୍କ"
ଭାଷାକୋଷ ବିଷୟରେ
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୨-୧୯୪୫)ଙ୍କ ଦ୍ୱାରା ସଂକଳିତ ଓ ୧୯୩୦ ଦଶକରେ ପ୍ରକାଶିତ ଏହି ଶବ୍ଦକୋଷ ଓଡ଼ିଆ ଭାଷାର ଏକ ଅମୂଲ୍ୟ ସମ୍ପଦ।
"ଓଡ଼ିଆ ଭାଷାର କୋଣାର୍କ" ଭାବରେ ଜଣା ଏହି ଗ୍ରନ୍ଥର ୭ଟି ଭାଗରେ ରହିଛି ପ୍ରାୟ ୧୦,୦୦ୀ ପୃଷ୍ଠା, ପ୍ରାୟ ୧,୮୫,୦୦୦ ଶବ୍ଦ, ଓଡ଼ିଆ ଓ ଇଂରାଜୀରେ ଅର୍ଥ ଏବଂ ହିନ୍ଦି ଓ ବଙ୍ଗଳା ପ୍ରତିଶବ୍ଦ।
ପ୍ରହରାଜଙ୍କ ଜୀବନ ଅନେକ ଦୃଷ୍ଟିରୁ ଆଗ୍ରହଜନକ। ବୃତ୍ତିରେ ପ୍ରହରାଜ ଥିଲେ ଆଇନଜୀବୀ, କିନ୍ତୁ ଗଦ୍ୟ ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶିଷ୍ଟ ସ୍ଥାନ ରହିଛି।
ମୁଖ୍ୟ ବିଶେଷତା
- ✓୭ଟି ଭାଗରେ ବିଭକ୍ତ
- ✓ପ୍ରାୟ ୧୦,୦୦୦ ପୃଷ୍ଠା
- ✓୧,୮୫,୦୦୦ ଶବ୍ଦ
- ✓ଓଡ଼ିଆ ଓ ଇଂରାଜୀ ଅର୍ଥ
- ✓ହିନ୍ଦି ଓ ବଙ୍ଗଳା ପ୍ରତିଶବ୍ଦ
ବ୍ୟବହାର ପଦ୍ଧତି
ପିଡିଏଫ୍ ଡାଉନଲୋଡ୍
ପିଡିଏଫ୍ ରୂପରେ ପୂରା ଭାଷାକୋଷକୁ ଡାଉନ୍ଲୋଡ୍ କରି ନିଜ କମ୍ପ୍ୟୁଟରରେ ରଖିବା ଓ ଆକ୍ରୋବାଟ୍ ରିଡରରେ ଖୋଲିବା।
ପୃଷ୍ଠା ଖୋଜ
କୌଣସି ଶବ୍ଦ ଖୋଜିକରି ତାହା ଥିବା ପିଡିଏଫ୍ ପୃଷ୍ଠା ଖୋଲିବା।
ଶବ୍ଦ ଅର୍ଥ
କୌଣସି ଶବ୍ଦ ଖୋଜି କେବଳ ସେହି ଶବ୍ଦର ଅର୍ଥ ଦେଖିବା।
ଭାଗ ଡାଉନଲୋଡ୍ କରନ୍ତୁ
ପୀତାମ୍ବରୀ ଦେବୀ
ଭାଷାକୋଷ ସଂକଳନ କାମରେ ପ୍ରହରାଜ ତାଙ୍କର ମୁଖ୍ୟ ସହଯୋଗୀର ଶ୍ରେୟ ପୀତାମ୍ବରୀ ଦେବୀଙ୍କୁ ଦେଇଛନ୍ତି। କିନ୍ତୁ ପ୍ରହରାଜଙ୍କର ମୃତ୍ୟୁ ଘଟଣାରେ ଓ ତାହା ପରର ପାରିବାରିକ କନ୍ଦଳରେ ପୀତାମ୍ବରୀ ମଧ୍ୟ ବିବାଦୀୟ ହୋଇପଡ଼ିଛନ୍ତି। ଶେଷରେ ଅତି ଦୁଃଖଦ ପରିସ୍ଥିତିରେ ତାଙ୍କର ଜୀବନ ସରିଛି।