🎭 ଗୀତଗୋବିନ୍ଦ
ଜୟଦେବଙ୍କ ଅମର କୃତି - ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମକାହାଣୀ
ଗୀତଗୋବିନ୍ଦ ବିଷୟରେ
ସାଧାରଣାବ୍ଦ ଦ୍ୱାଦଶ ଶତାବ୍ଦୀରେ ଲେଖାଯାଇଥିବା ଗୀତଗୋବିନ୍ଦ ଓଡ଼ିଶାର ଅନନ୍ୟ କବି ଶ୍ରୀଜୟଦେବଙ୍କର ଅମର କାବ୍ୟ। ଏଥିରେ ରାଧାକୃଷ୍ଣଙ୍କର ବିରହ-ମିଳନ କାହାଣୀ ବର୍ଣ୍ଣିତ।
ମୋଟ ୭୨ଟି ଶ୍ଲୋକରେ ଗୀତଗୋବିନ୍ଦ ଲେଖା - ଶ୍ଳୋକଗୁଡ଼ିକ ୧୨ଟି ସର୍ଗ ଓ ୨୪ଟି ଗୀତରେ ବାଣ୍ଟିହୋଇ ରହିଛି। ଏ ଭିତରୁ କେବଳ ୧ମ ଓ ୧୦ମ ଗୀତର ପଦସଂଖ୍ୟା ୧୧ ଓ ୫। ବାକି ୨୨ଟି ଗୀତରେ ୮ଟି ପଦ ଥିବାରୁ ଏହାକୁ ଅଷ୍ଟପଦୀ କୁହାଯାଏ।
ଏହାର ଭାଷା ଅତି ସୁନ୍ଦର, ଭାବପୂର୍ଣ୍ଣ ଓ ସୁମଧୁର ହୋଇଥିବାରୁ ସଙ୍ଗୀତ, ନୃତ୍ୟ ଓ ସାହିତ୍ୟ କ୍ଷେତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଜଗନ୍ନାଥଙ୍କ ମନ୍ଦିରରେ ସନ୍ଧ୍ୟା ଆଳତି, ବଡ଼ସିଂହାର ବେଶ ଆଦି ସମୟରେ ଗୀତଗୋବିନ୍ଦ ବୋଲାଯିବାର ପରମ୍ପରା ରହିଛି। ଆଗେ ଦେବଦାସୀ ଥିବା ସମୟରେ ମାହାରୀମାନେ ଗୀତଗୋବିନ୍ଦ ଗାଇ ଜଗନ୍ନାଥଙ୍କ ଆଗରେ ନୃତ୍ୟ କରୁଥିଲେ।
ଏଠାରେ ଦିଆଯାଇଥିବା ବିଷ୍ଣୁଙ୍କ ଦଶବତାର ବିଷୟରେ ଅନ୍ୟ ଜାଗାରେ ଆଗରୁ ଲେଖାଯାଇଥିଲେ ବି ଗୀତଗୋବିନ୍ଦରେ ଥିବା ଦଶାବତାର ଅଧିକ ଲୋକପ୍ରିୟ। ସାଧାରଣ ଲୋକଙ୍କ ମୁଖରେ ବି ଏହା ଶୁଣାଯାଏ। ଅନେକ ଦିନ ତଳୁ ଗୀତଗୋବିନ୍ଦର ମୂଳ ସଂସ୍କୃତ ରୂପ ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି। ପୁରୁଣା ଓଡ଼ିଆ ଅନୁବାଦ ଭିତରୁ ଧରଣୀଧର ଦାସ (ମିଶ୍ର)ଙ୍କର ଓଡ଼ିଆ ପଦ୍ୟାନୁବାଦ (୧୮ଶ ଶତାବ୍ଦୀ) ଖୁବ୍ ଲୋକପ୍ରିୟ ଥିଳା।
ଏଠାରେ ତାହାର ବିଭିନ୍ନ ଅନୁବାଦ ଓ ବ୍ୟାଖ୍ୟା - ମୂଳ ସଂସ୍କୃତ ଶ୍ଳୋକ, ଧରଣୀଧରଙ୍କ ଓଡ଼ିଆ ପଦ୍ୟାନୁବାଦ, ନୀଳମଣି ମିଶ୍ରଙ୍କର ଓଡ଼ିଆ ଗଦ୍ୟ ରୂପ ଏବଂ ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଇଂରାଜୀ ଭାଷାନ୍ତର - ସବୁକୁ ମିଶାଇ ଦିଆଯାଇଛି।
କାବ୍ୟର ବିଶେଷତା
- ✓୧୨ଟି ସର୍ଗ ଓ ୨୪ଟି ଗୀତ
- ✓ମୋଟ ୭୨ଟି ଶ୍ଳୋକ
- ✓ଆଠଟି ପଦରୁ ଅଷ୍ଟପଦୀ ନାମ
- ✓ଜଗନ୍ନାଥ ମନ୍ଦିରରେ ପାରମ୍ପାରିକ ପାଠ
- ✓ଓଡ଼ିଆ ଓ ଇଂରାଜୀ ଅନୁବାଦ ସହିତ
ତାଳପତ୍ର ପୋଥୀ ଓ ଚିତ୍ର
ଗୀତଗୋବିନ୍ଦର ତାଳପତ୍ର ପୋଥୀର ଚିତ୍ରଗୁଡ଼ିକ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ (ova.gov.in) ଦ୍ୱାରା ସଂଗୃହୀତ












ପ୍ରସିଦ୍ଧ ପଦ
"ଯଦି ହରି ସ୍ମରଣେ ସରସଂ ମନୋ ଯଦି ବିଲାସେ କଲାସୁ"
- ଗୀତଗୋବିନ୍ଦର ପ୍ରାରମ୍ଭିକ ପଦ
ଗୀତଗୋବିନ୍ଦ PDF ଦେଖନ୍ତୁ / ଡାଉନଲୋଡ୍ କରନ୍ତୁ
ଗୀତଗୋବିନ୍ଦର ଏହି ବିଶେଷ ଉପସ୍ଥାପନାର ଆକାର ବେଶ୍ ବଡ଼ (୨୦୧ ପୃଷ୍ଠା)। ତେଣୁ ତାକୁ ଏଠାରେ ୬ଟି ଭାଗରେ ଦିଆଯାଇଛି ଯେପରି ତାହା ସହଜରେ ଖୋଲିପାରିବ। ତଳେ ଲେଖାଥିବା ସର୍ଗ ଉପରେ କ୍ଲିକ୍ କଲେ ତାହା ଏଠାରେ ଖୋଲିବ।