ଓଡ଼ିଆ ଭାଷାର ବିଶେଷ ବିଭବ
ସମସ୍ତଙ୍କର କିଛି ନା କିଛି ଅତି ଆଦରର ଜିନିଷ ରହିଥାଏ। ବ୍ୟକ୍ତିର, ଦଳର ଓ ଜାତିର। ଓଡ଼ିଆ ଜାତିର ଏଭଳି କିଛି ରହିବା ମଧ୍ୟ ସ୍ୱାଭାବିକ କଥା। ତାହା ଭିତରୁ କେତୋଟି ଅମୂଲ୍ୟ ବିଭବ ଏଠାରେ ଦିଆଯାଉଛି।
ଏହି ଉପସ୍ଥାପନାର ଲକ୍ଷ୍ୟହେଉଛି ଆଗ୍ରହ ସୃଷ୍ଟି କରାଇବା ଓ ସାଧାରଣ ଭାବରେ କୌତୂହଳୀ ଲୋକଙ୍କୁ ଏସବୁ ଦେଖିବାର ସୁଯୋଗ ଦେବା। ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ବହି ବିଭାଗରେ ଖୋଜିଲେ ଆହୁରି କିଛି ମିଳିପାରିବ।
ପ୍ରଥମ ପ୍ରକାଶ
ଓଡ଼ିଆ ସାହିତ୍ୟର ଆଦିକାଳର ଅମୂଲ୍ୟ ରଚନାଗୁଡ଼ିକ — ଆଦିରଚନା, ପ୍ରଥମ ନାଟକ, ପ୍ରଥମ ଉପନ୍ୟାସ ଓ ପ୍ରଥମ କ୍ଷୁଦ୍ରଗଳ୍ପ।

ଚର୍ଯ୍ୟା ଗୀତିକା
ଆଦିଓଡ଼ିଆ ରଚନା
ସାଧାରଣାବ୍ଦ ପ୍ରାୟ ୧୦ମ ଶତାବ୍ଦୀ ସମୟରେ ରଚିତ ଏହି ବୌଦ୍ଧଗାନଗୁଡ଼ିକୁ ଓଡ଼ିଆ ଭାଷାର ଆଦିରଚନା ଭାବରେ ଗଣାଯାଏ। ଓଡ଼ିଆ ଭାଷାର ବିକାଶକୁ ବୁଝିବାରେ ଏଗୁଡ଼ିକ ଭାଷାବିତ୍ମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଛନ୍ତି।
ଦେଖନ୍ତୁ →
ମାଦଳାପାଞ୍ଜି
ଆଦିଗଦ୍ୟ ରଚନା
ମଧ୍ୟକାଳର ଏହି ରଚନାକୁ ଓଡ଼ିଆ ଗଦ୍ୟସାହିତ୍ୟର ବିକାଶକ୍ରମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ।
ଦେଖନ୍ତୁ →
ବାବାଜୀ
ପ୍ରଥମ ନାଟକ — ଜଗନ୍ମୋହନ ଲାଲା, ୧୮୭୭
ଓଡ଼ିଆ ଭାଷାରେ ରଚିତ ପ୍ରଥମ ନାଟକ। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଉପକ୍ରମଣିକା ସହିତ ପୁନଃମୁଦ୍ରିତ ରୂପ।
ଦେଖନ୍ତୁ →
ପଦ୍ମମାଳୀ
ପ୍ରଥମ ଉପନ୍ୟାସ — ଉମେଶ ଚନ୍ଦ୍ର ସରକାର, ୧୮୮୮
ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସ, ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ।
ଦେଖନ୍ତୁ →
ରେବତୀ
ପ୍ରଥମ କ୍ଷୁଦ୍ରଗଳ୍ପ — ଫକୀର ମୋହନ ସେନାପତି, ୧୮୯୮
ଫକୀର ମୋହନ ସେନାପତିଙ୍କ ରଚିତ ଓଡ଼ିଆର ପ୍ରଥମ କ୍ଷୁଦ୍ରଗଳ୍ପ।
ଆମ ସଂଗ୍ରହରେ ଯୋଗଦାନ କରନ୍ତୁ
ଆପଣଙ୍କ ପାଖରେ ଯଦି କୌଣସି ଦୁର୍ଲଭ ପୁସ୍ତକ, ପାଣ୍ଡୁଲିପି କିମ୍ବା ସାଂସ୍କୃତିକ ସାମଗ୍ରୀ ଅଛି, ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ। ଆସନ୍ତୁ ମିଳିମିଶି ଓଡ଼ିଆ ଐତିହ୍ୟକୁ ସଂରକ୍ଷଣ କରିବା।