ଓଡ଼ିଆ ଭାଷା ସାଧନ
ଓଡ଼ିଆ ଭାଷାରେ କମ୍ପ୍ୟୁଟର କାମ କରିବା ପାଇଁ କିଛି ସ୍ୱତନ୍ତ୍ର ସାଧନ ବା କୌଶଳ ଦରକାର ହୁଏ। ସେଭଳି କିଛି ସାଧନ ସୃଜନିକା ଦ୍ୱାରା ବିକଶିତ କରାଯାଇଛି ଏବଂ କିଛି ଅନ୍ୟ ଉତ୍ସରୁ ଆଣି ଆମ କାମରେ ଲଗାଯାଇଛି। ଯେକେହି ଆଗ୍ରହୀ ବ୍ୟକ୍ତି ବ୍ୟବହାର କରିପାରିବେ ବୋଲି ଏଠାରେ ଦିଆଯାଇଛି। ବ୍ୟବହାରକାରୀମାନେ ଏସବୁକୁ ଆହୁରି ଉନ୍ନତ କରିବେ ଏବଂ ଆବଶ୍ୟକ ଅନୁସାରେ ନୂଆ ସାଧନ ଯୋଡ଼ିବେ ବୋଲି ଆଶା କରାଯାଉଛି।
ଆମ କାମରେ ଉପଯୋଗୀ ଅନ୍ୟାନ୍ୟ ସାଧନର ଲିଙ୍କ୍ ମଧ୍ୟ ଦିଆଯାଇଛି। ଆହୁରି କିଛି ସାଧନ ଥାଇପାରେ ଯାହା ଆମେ ଜାଣିନାହୁଁ - ସେସବୁ ବିଷୟରେ ଜଣାଇଲେ ଯୋଡ଼ିବାର ବ୍ୟବସ୍ଥା କରିବୁ।
ଓଡ଼ିଆ ବହିପତ୍ର ଏବେ ଅନେକ ୱେବ୍ସ୍ଥଳୀରେ ମିଳୁଛି। ସେଥିରୁ କିଛି ସହିତ ସୃଜନିକା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୋଡ଼ା। ସେଭଳି ୱେବ୍ସ୍ଥଳୀ ଏବଂ ଦଳମାନଙ୍କର ଲିଙ୍କ୍ ଏଠାରେ ଦିଆଯାଇଛି।
ଓଡ଼ିଆ ୟୁନିକୋଡ୍ କିବୋର୍ଡ
ଓଡ଼ିଆ-ଇଂରାଜି ଲିପ୍ୟନ୍ତରଣ
ଫଣ୍ଟ ପରିବର୍ତ୍ତକ
ଓଡ଼ିଆ ଶବ୍ଦ ଭଣ୍ଡାର ସାଧନ
ଓଡ଼ିଆ ବହି ଥିବା ୱେବ୍ସ୍ଥଳୀ
ସହଯୋଗୀ ୱେବ୍ସ୍ଥଳୀ
ଓଡ଼ିଆ ୟୁନିକୋଡ୍ କିବୋର୍ଡ
କମ୍ପ୍ୟୁଟରରେ କାମ କରିବା ପାଇଁ କିବୋର୍ଡ ଅତି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ ଏବଂ ଅନ୍ୟ ସବୁ ଭାରତୀୟ ଭାଷାମାନଙ୍କ ପାଇଁ ISCII ନାମକ ମାନକ କୋଡିଙ୍ଗ୍ ଓ INSCRIPT କିବୋର୍ଡ ବ୍ୟବସ୍ଥା ଏଥିପାଇଁ ବିକଶିତ କରାଯାଇଛି ଏବଂ ତାହାର ପ୍ରଚଳନ ପାଇଁ ୧୯୯୦ ଦଶକରୁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଏହାକୁ ପ୍ରାୟ କେହି ମାନିନାହାନ୍ତି ଏବଂ ନିଜ ନିଜ ଧାରାରେ କୋଡିଙ୍ଗ୍ ଓ କିବୋର୍ଡ ତିଆରି କରିଛନ୍ତି। ଫଳରେ ଭାରତୀୟ ଭାଷାମାନଙ୍କରେ ତିଆରି କମ୍ପ୍ୟୁଟର ଫାଇଲଗୁଡ଼ିକ ସାର୍ବଜନୀନ ହୋଇପାରିନାହିଁ।
ପର ସମୟରେ ବିକଶିତ ୟୁନିକୋଡ୍ ବ୍ୟବସ୍ଥାର ବ୍ୟବହାର ଏହି ବିଭ୍ରାଟକୁ ଦୂର କରିବାର ସାମର୍ଥ୍ୟ ରଖିଛି। କିନ୍ତୁ ଓଡ଼ିଆରେ ପ୍ରାୟ କେହି ତାହାକୁ ବ୍ୟବହାର କରୁନାହାନ୍ତି। ଏହାର ଗୋଟିଏ ଛୋଟ କାରଣ ଥିଲା ୱିଣ୍ଡୋଜ୍ ୭ର ତ୍ରୁଟିପୂର୍ଣ୍ଣ କିବୋର୍ଡ। ଏହାକୁ ସୁଧାରିବା ପାଇଁ କେତେଗୁଡ଼ିଏ କିବୋର୍ଡ ବିକଶିତ ହୋଇଛି, କିନ୍ତୁ ସେଥିରୁ ଅଧିକାଂଶ ଇନ୍ସ୍କ୍ରିପ୍ଟ ମାନକ ଆଧାରିତ ନୁହନ୍ତି। ସୃଜନିକା ଦ୍ୱାରା ବିକଶିତ ଇନ୍ସ୍କ୍ରିପ୍ଟ ଆଧାରିତ କିବୋର୍ଡ ଏଠାରେ ଦିଆଯାଇଛି।
zip ଫାଇଲ୍ ଭିତରେ ଉଭୟ ୱିଣ୍ଡୋଜ୍ ଓ ଲିନକ୍ସ ପାଇଁ ଉପଯୋଗୀ ସଠିକ କିବୋର୍ଡ (କିମ୍ୟାପ୍), କିବିନ୍ୟାସ ଚିତ୍ର ଓ ବ୍ୟବହାର ପାଇଁ ସୂଚନା ରହିଛି। ୱିଣ୍ଡୋଜ୍ ୭, ୮ ,୧୦ରେ ଏହା କାମ କରିବ।
କିବୋର୍ଡ ଡାଉନଲୋଡ୍ କରନ୍ତୁଓଡ଼ିଆ-ଇଂରାଜୀ ଲିପ୍ୟନ୍ତରଣ
ଇଂରାଜୀ ଅକ୍ଷରରେ ଲେଖାଥିବା ଓଡ଼ିଆ ଶବ୍ଦର ଉଚ୍ଚାରଣ କରିବାରେ ଅନେକ ସମୟରେ ଅସୁବିଧା ହୁଏ। ଏହି ଅସୁବିଧାକୁ ଦୂର କରିବା ପାଇଁ ବିଭିନ୍ନ ପଦ୍ଧତି ବାହାରିଛି, ଯେପରିକି ଡାଏକ୍ରିଟିକ୍ ଚିହ୍ନ ବ୍ୟବହାର। କିନ୍ତୁ ଓଡ଼ିଆ ପାଇଁ ଏହାର କୌଣସି ମାନକୀକରଣ ହୋଇନାହିଁ। ଏହା ଏବଂ ବିଶେଷ ସଫ୍ଟୱେର୍ ବ୍ୟତୀତ ଏହି ଚିହ୍ନଗୁଡ଼ିକୁ ଟାଇପ୍ କରିବାରେ ଥିବା ଅସୁବିଧା ଯୋଗୁଁ ଏହାର ବ୍ୟବହାର ବାଧାପ୍ରାପ୍ତ ହୋଇଛି। ସୃଜନିକା କେବଳ ଛଅଟି ଚିହ୍ନ ବ୍ୟବହାର କରି ଏକ ସରଳ କିନ୍ତୁ ଉପଯୁକ୍ତ ପଦ୍ଧତି ବ୍ୟବହାର କରିଥାଏ ଯାହାକି କି ଅପରେଟିଂ ସିଷ୍ଟମ୍ କ୍ଷମତା ସହିତ ଟାଇପ୍ କରିହୁଏ।
ଏହି ପଦ୍ଧତିରେ କେବଳ ଛଅଟି ଡାଏକ୍ରିଟିକ୍ ଚିହ୍ନ ବ୍ୟବହାର କରାଯାଇଛି। କୌଣସି ବିଶେଷ ସଫ୍ଟୱେର୍ ବ୍ୟତୀତ ଏହାକୁ ଟାଇପ୍ କରିହୁଏ। ଏହି ପଦ୍ଧତିରେ ବ୍ୟବହୃତ ଚିହ୍ନଗୁଡ଼ିକ ହେଉଛି: ମାତ୍ରା (ା), ହଳନ୍ତ (୍), ଚନ୍ଦ୍ରବିନ୍ଦୁ (ଁ), ବିସର୍ଗ (ଃ), ଅନୁସ୍ୱାର (ଂ) ଏବଂ ବିସର୍ଗ ଚିହ୍ନ (ଁ)।
ଡାଏକ୍ରିଟିକ୍ ଚିହ୍ନଗୁଡ଼ିକ ୟୁନିକୋଡ୍ ପ୍ରଣାଳୀରେ ବିସ୍ତାରିତ ରୋମାନ୍ ଅକ୍ଷରଗୁଡ଼ିକର ଏକ ଅଂଶ। ଟାଇପିଂ ପାଇଁ ଏହି ଅକ୍ଷରଗୁଡ଼ିକର ଦଶମିକ କୋଡ୍ ବ୍ୟବହାର କରାଯାଇଛି। ବ୍ୟବହୃତ ଚିହ୍ନଗୁଡ଼ିକର ତାଲିକା, ସେଗୁଡ଼ିକର ୟୁନିକୋଡ୍ ଏବଂ ଦଶମିକ କୋଡ୍ ଏବଂ ବ୍ୟବହାର ନିର୍ଦ୍ଦେଶନା ଏଠାରେ ଦିଆଯାଇଛି। ପ୍ରଥମେ ଇଚ୍ଛିତ ବର୍ଣ୍ଣମାଳା ଟାଇପ୍ କରାଯାଏ ଏବଂ alt କି ଚାପି ରଖି ଦଶମିକ କୋଡ୍ ନ୍ୟୁମେରିକାଲ୍ କିପ୍ୟାଡ୍ ଉପରେ ପ୍ରବେଶ କରାଯାଏ (num lock ଚାଲୁ ରହିବା ଆବଶ୍ୟକ)। alt କି ଛାଡିଦେଲେ ଡାଏକ୍ରିଟିକ୍ ଚିହ୍ନ ସହିତ ସଂଯୁକ୍ତ ଅକ୍ଷରଟି ଗଠିତ ହୁଏ।
Arial କିମ୍ବା Times New Roman ପରି ଏକ ଫଣ୍ଟ ବ୍ୟବହାର କରାଯିବା ଆବଶ୍ୟକ କାରଣ ସମସ୍ତ ଫଣ୍ଟରେ ଡାଏକ୍ରିଟିକ୍ ଅକ୍ଷରଗୁଡ଼ିକ ନଥାଏ। ଏହାକୁ ଟାଇପ୍ କରିବା ପାଇଁ Notepad କିମ୍ବା Wordpad ପରି ଏକ ସାଧାରଣ ଟେକ୍ସଟ୍ ଏଡିଟର୍ ବ୍ୟବହାର କରିବା ଉତ୍ତମ - MS Word କିମ୍ବା LibreOffice Write ପରି ୱାର୍ଡ୍ ପ୍ରୋସେସର୍ କେତେକ କ୍ଷେତ୍ରରେ ସଂଯୁକ୍ତ ଅକ୍ଷରଗୁଡ଼ିକୁ ଗଠନ କରେ ନାହିଁ। ତଥାପି, ଟାଇପ୍ କରାଯାଇଥିବା ସାମଗ୍ରୀକୁ ଅନ୍ୟାନ୍ୟ ଆପ୍ଲିକେସନ୍ରେ କପି ଏବଂ ପେଷ୍ଟ୍ କରାଯାଇପାରିବ।
ଗୋଟିଏ ଅକ୍ଷର ଉପରେ ଦୁଇଟି ଡାଏକ୍ରିଟିକ୍ ଚିହ୍ନ ପ୍ରବେଶ କରିବାକୁ ହୁଏ ଯାହା alt କି ଚାପି ରଖି ଦଶମିକ କୋଡ୍ ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଇନପୁଟ୍ କରି କରାଯାଇପାରିବ। ବର୍ତ୍ତମାନ ବ୍ୟବହୃତ ନହେଉଥିବା କିନ୍ତୁ ପୁରାତନ ପାଠ୍ୟରେ ଦେଖାଯାଉଥିବା କେତେକ ପୁରାତନ ଅକ୍ଷରଗୁଡ଼ିକ ପାଇଁ ଡାଏକ୍ରିଟିକ୍ସ ମଧ୍ୟ ଅନ୍ତର୍ଭୁକ୍ତ।
ଆପଣ ଏଠାରୁ ଡାଉନଲୋଡ୍ କରିପାରିବେ: ଓଡ଼ିଆ ଡାଏକ୍ରିଟିକ୍ ଚାର୍ଟ ଏବଂ ସୂଚନା ଯାହା ବିଭିନ୍ନ ଡାଏକ୍ରିଟିକ୍ ଚିହ୍ନ, ସେମାନଙ୍କର ୟୁନିକୋଡ୍ କୋଡ୍, ଏବଂ ବ୍ୟବହାର ନିର୍ଦ୍ଦେଶନା ଧାରଣ କରେ।
ଫଣ୍ଟ ପରିବର୍ତ୍ତକ
ଫଣ୍ଟ ପରିବର୍ତ୍ତକ (କନ୍ଭର୍ଟର)
ପୁରୁଣା ୮ ବିଟ୍ ଫଣ୍ଟରେ ଥିବା ଲେଖାକୁ ୟୁନିକୋଡ୍ ଅକ୍ଷରକୁ ଆଣିବା ପାଇଁ କିଛି ପରିବର୍ତ୍ତକ ଏଠାରେ ଦିଆଯାଇଛି। କୌଣସିଟିର ନାମ ଉପରେ କ୍ଲିକ୍ କଲେ ତାହା ଡାଉନ୍ଲୋଡ୍ ହେବ।
- ଡି-ଇସ୍କିଫାଇ (deisciify) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ସଠିକ୍ ISCII ପ୍ରଣାଳୀରେ ଥିବା ଫାଇଲ୍ଗୁଡ଼ିକ ଏହା ସାହାଯ୍ୟରେ ୟୁନିକୋଡ୍କୁ ଅଣାଯାଇ ପାରିବ। ଜିଷ୍ଟ ଆଧାରିତ ସଫ୍ଟୱେର (ଆଇଲିପ୍, ଲିପ୍ ଅଫିସ୍, ଆଇ.ଏସ୍.ଏମ୍.) ସାହାଯ୍ୟରେ ତିଆରି ଟେକ୍ସଟ ଫାଇଲ ପାଇଁ ଏହା କାମ କରିବ। ଆକୃତି, ଶ୍ରୀଲିପି ଆଦି ଅନ୍ୟ ସଫ୍ଟୱେର ପାଇଁ ଏହା କାମ କରିବନାହିଁ, କାରଣ ସେଗୁଡ଼ିକ ଇସ୍କି ଧାରାକୁ ମାନୁ ନ ଥିଲେ। ପେଜ୍ମେକର ଫାଇଲ ପାଇଁ ମଧ୍ୟ ଏହା ସିଧା ସଳଖ କାମ କରିବନାହିଁ। ଡିଇସ୍କିଫାଇ ସାହାଯ୍ୟରେ ଅନେକ ଫାଇଲ୍ ଏକା ଥରରେ ବଦଳା ଯାଇପାରିବ (ବ୍ୟାଚ୍ ମୋଡ୍)।
- କନ୍ଭର୍ଟ (convert) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ଜିଷ୍ଟ ପେଜ୍ମେକର ଫାଇଲର ତଥ୍ୟକୁ ଟେକ୍ସଟ ଭାବରେ ସେଭ୍ କରି ଏହି କାରିକା ସାହାଯ୍ୟରେ ବ୍ୟାଚ୍ ମୋଡ୍ରେ ୟୁନିକୋଡ୍ରେ ବଦଳା ଯାଇପାରିବ।
- କରେକସନ୍ (correction) [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] – ପୁରୁଣା ୮ ବିଟ୍ ଫଣ୍ଟ୍କୁ ୟୁନିକୋଡ୍ରେ ବଦଳାଇବା ବେଳେ ଅନେକ ସମୟରେ ବ/ୱ ଓ ଯ/ୟ ଏବଂ ସେହି ଫଳାଗୁଡ଼ିକ ଓଲଟ ପାଲଟ ହୋଇଯାଏ। ତାହା ଏହି କାରିକା (ପ୍ରୋଗ୍ରାମ୍) ସାହାଯ୍ୟରେ ସଜଡ଼ା ଯାଇପାରିବ।
- ଜିଷ୍ଟ, ଆକୃତି, ଶ୍ରୀଲିପି ଭଳି ବିଭିନ୍ନ ଓଡ଼ିଆ ଇଞ୍ଜିନ୍ ଓ ପେଜ୍ମେକର ସାହାଯ୍ୟରେ ତିଆରି ଓଡ଼ିଆ ଲେଖାକୁ ୟୁନିକୋଡ୍ ଅକ୍ଷରକୁ ଆଣିବା ପାଇଁ ଅଲଗା ଅଲଗା ପରିବର୍ତ୍ତକ ଦରକାର ହୁଏ। ସୃଜନିକା ଦ୍ୱାରା ବିକଶିତ ପ୍ରଥମ ପର୍ଯ୍ୟାୟର ପରିବର୍ତ୍ତକଗୁଡ଼ିକ ଏଠାରେ ରହିଛି – ଜିଷ୍ଟ, ଆକୃତି, ଶ୍ରୀଲିପି। ୱିକିପିଡିଆ ଦଳ ଦ୍ୱାରା ପ୍ରସ୍ତୁତ ଏସବୁର ଉନ୍ନତ ଓ ଏକତ୍ରିତ ରୂପ ବ୍ୟବହାର ପାଇଁ ଅଧିକ ଉପଯୋଗୀ – ୱିକିପିଡ଼ିଆ ପରିବର୍ତ୍ତକ। ଏଗୁଡ଼ିକ ୱିଣ୍ଡୋଜ୍ ଓ ଲିନକ୍ସ ଉଭୟରେ କାମ କରିବ।
ଓଡ଼ିଆ ଶବ୍ଦ ଭଣ୍ଡାର ସାଧନ
ଓଡ଼ିଆ ଶବ୍ଦ ଭଣ୍ଡାର (କର୍ପସ୍) ସାଧନ
ଭାଷା ଅଧ୍ୟୟନ ପାଇଁ ଏବଂ ଅଭିଧାନ ପ୍ରସ୍ତୁତି ପାଇଁ 'ଶବ୍ଦ ଭଣ୍ଡାର' ଗଢ଼ିବା ଓ ତାହାର ବିଶ୍ଳେଷଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ। କମ୍ପ୍ୟୁଟର ସାହାଯ୍ୟରେ ଏହା ଫଳପ୍ରଦ ଭାବରେ କରାଯାଇ ପାରିବ। ୟୁନିକୋଡ୍ ଧାରାରେ ଲେଖାଯାଇଥିବା ତଥ୍ୟରୁ ଗୋଟି ଗୋଟି ଶବ୍ଦ ଅଲଗା କରିବା, କେଉଁ ଶବ୍ଦ କେତେ ଥର ଆସୁଛି (ପୁନଃପୁନତା ବା ଫ୍ରିକ୍ୱେନ୍ସି) ତାହା ଗଣିବା ଏବଂ ପ୍ରତି ଶବ୍ଦରୁ ଗୋଟିଏ ଗୋଟିଏ ବାଛିରଖିବା କାମ ସ୍ୱୟଂକ୍ରିୟ ଭାବରେ କରିବା ପାଇଁ ଏହି 'ଓଡ଼ିସର୍ଟ' [ଲିନକ୍ସ ପ୍ରଚାଳନ ତନ୍ତ୍ର (ଅପରେଟିଙ୍ଗ ସିଷ୍ଟମ) ପାଇଁ] କାରିକା ସାହାଯ୍ୟ କରିବ।
ଡି-ଇସ୍କିଫାଇ, କନ୍ଭର୍ଟ, କରେକସନ୍, ଓଡ଼ିସର୍ଟ – ଡାଉନ୍ଲୋଡ୍। ଏହି ଚାରିଟି କାରିକା ଗୋଟିଏ ଫୋଲ୍ଡରରେ ରଖି ବ୍ୟବହାର କରିବା ଦରକାର। ବିଭିନ୍ନ ସହାୟକ ସାଧନ (dependencies) ସହିତ ଏସବୁଗୁଡ଼ିକ ଏକାଠି Utility Programs ଡାଉନ୍ଲୋଡ୍ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। ବ୍ୟବହାର ପାଇଁ ସୂଚନା ଏହା ସହିତ ରହିଛି।
ଓଡ଼ିଆ ଭାଷା ପାଇଁ ଆହୁରି ଅନେକ ସାଧନ ଓ ସୂଚନା ପାଇଁ ଦେଖନ୍ତୁ:
ଇଣ୍ଟର୍ନେଟ୍ରେ ଖୋଜିଲେ ଆହୁରି ଅନେକ କିଛି ସାଧନ ମିଳିପାରିବ।
ଓଡ଼ିଆ ବହି ଥିବା ୱେବ୍ସ୍ଥଳୀ
ଓଡ଼ିଆ ବହି ଥିବା ୱେବ୍ସ୍ଥଳୀ
ଖୁସିର କଥା ଯେ ଇଣ୍ଟର୍ନେଟ୍ରେ ଅନେକ ଜାଗାରେ ଓଡ଼ିଆ ବହି ଏବେ ମିଳିପାରୁଛି। ସେଥିରୁ କିଛି ମୁଖ୍ୟ ହେଉଛି-
ସହଯୋଗୀ ସଂସ୍ଥାମାନଙ୍କ ୱେବ୍ସାଇଟ୍
ବିଶେଷ ଧରଣର ସହଯୋଗୀ ୱେବ୍ସ୍ଥଳୀ
- ଅରବିନ୍ଦ ଗୁପ୍ତା। ଏଠାରେ ସୃଜନିକାର ସବୁ ବହି ସମେତ ଶିକ୍ଷା ଓ ବିଜ୍ଞାନ ବିଷୟରେ ଅନେକ ସୁନ୍ଦର ବହି ଓ ଲେଖା ରହିଛି।
- ଏକଲବ୍ୟ। ଶିକ୍ଷା ଓ ବିଜ୍ଞାନ ବିଷୟରେ ବିଭିନ୍ନ ବହି ଓ ପତ୍ରିକା (ମୁଖ୍ୟତଃ ହିନ୍ଦି ଓ ଇଂରାଜୀ ଭାଷାରେ) ଏଠାରେ ମିଳିପାରିବ। ପିଲାଙ୍କ ପାଇଁ ବହିଗୁଡ଼ିକ ଖୁବ୍ ମନଛୁଆଁ।