🛠️ ସାଧନ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ ପାଇଁ ଉପଯୋଗୀ ସମ୍ବଳ ଓ ଉପକରଣ
⌨️ ଓଡ଼ିଆ ୟୁନିକୋଡ୍ କିବୋର୍ଡ
କମ୍ପ୍ୟୁଟରରେ କାମ କରିବା ପାଇଁ କିବୋର୍ଡ ଅତି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ ଏବଂ ଅନ୍ୟ ସବୁ ଭାରତୀୟ ଭାଷାମାନଙ୍କ ପାଇଁ ISCII ନାମକ ମାନକ କୋଡିଙ୍ଗ୍ ଓ INSCRIPT କିବୋର୍ଡ ବ୍ୟବସ୍ଥା ଏଥିପାଇଁ ବିକଶିତ କରାଯାଇଛି।
🔤 ଓଡ଼ିଆ-ଇଂରାଜି ଲିପ୍ୟନ୍ତରଣ (ରୋମାନାଇଜେସନ୍)
ଓଡ଼ିଆ ଶବ୍ଦକୁ ଇଂରାଜୀ ଅକ୍ଷରରେ ଲେଖିବା ବେଳେ ଅସୁବିଧା ହୋଇଥାଏ। ଏହାକୁ ଏଡ଼ାଇବା କେତେ ପ୍ରକାରର ବ୍ୟବସ୍ଥା ରହିଛି। ସେଥିରୁ ଗୋଟିଏ ହେଉଛି ଡାଏକ୍ରିଟିକ୍ ଚିହ୍ନର ବ୍ୟବହାର।
🔄 ଫଣ୍ଟ ପରିବର୍ତ୍ତକ (କନ୍ଭର୍ଟର)
ଡି-ଇସ୍କିଫାଇ (deisciify)
[ଲିନକ୍ସ ପାଇଁ]
ସଠିକ୍ ISCII ପ୍ରଣାଳୀରେ ଥିବା ଫାଇଲ୍ଗୁଡ଼ିକ ଏହା ସାହାଯ୍ୟରେ ୟୁନିକୋଡ୍କୁ ଅଣାଯାଇ ପାରିବ।
କନ୍ଭର୍ଟ (convert)
[ଲିନକ୍ସ ପାଇଁ]
ଜିଷ୍ଟ ପେଜ୍ମେକର ଫାଇଲର ତଥ୍ୟକୁ ଟେକ୍ଟ ଭାବରେ ସେଭ୍ କରି ଏହି କାରିକା ସାହାଯ୍ୟରେ ବ୍ୟାଚ୍ ମୋଡ୍ରେ ୟୁନିକୋଡ୍ରେ ବଦଳା ଯାଇପାରିବ।
କରେକସନ୍ (correction)
[ଲିନକ୍ସ ପାଇଁ]
ପୁରୁଣା ୮ ବିଟ୍ ଫଣ୍ଟ୍କୁ ୟୁନିକୋଡ୍ରେ ବଦଳାଇବା ବେଳେ ବ/ୱ ଓ ଯ/ୟ ଏବଂ ସେହି ଫଳାଗୁଡ଼ିକ ଓଲଟ ପାଲଟ ହୋଇଯାଏ। ତାହା ଏହି କାରିକା ସାହାଯ୍ୟରେ ସଜଡ଼ା ଯାଇପାରିବ।
📊 ଓଡ଼ିଆ ଶବ୍ଦ ଭଣ୍ଡାର (କର୍ପସ୍) ସାଧନ
ଭାଷା ଅଧ୍ୟୟନ ପାଇଁ ଏବଂ ଅଭିଧାନ ପ୍ରସ୍ତୁତି ପାଇଁ ଶବ୍ଦ ଭଣ୍ଡାର ଗଢ଼ିବା ଓ ତାହାର ବିଶ୍ଳେଷଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ।
ଓଡ଼ିସର୍ଟ (odisort)
ୟୁନିକୋଡ୍ ଧାରାରେ ଲେଖାଯାଇଥିବା ତଥ୍ୟରୁ ଗୋଟି ଗୋଟି ଶବ୍ଦ ଅଲଗା କରିବା, କେଉଁ ଶବ୍ଦ କେତେ ଥର ଆସୁଛି ତାହା ଗଣିବା ଏବଂ ପ୍ରତି ଶବ୍ଦରୁ ଗୋଟିଏ ଗୋଟିଏ ବାଛିରଖିବା କାମ ସ୍ୱୟଂକ୍ରିୟ ଭାବରେ କରିବା ପାଇଁ ଏହି କାରିକା ସାହାଯ୍ୟ କରିବ।
🌐 ଓଡ଼ିଆ ବହି ଥିବା ୱେବ୍ସ୍ଥଳୀ
ବিଶେଷ ଧରଣର ସହଯୋଗୀ ୱେବ୍ସ୍ଥଳୀ
ଅରବିନ୍ଦ ଗୁପ୍ତା
↗ଏଠାରେ ସୃଜନିକାର ସବୁ ବହି ସମେତ ଶିକ୍ଷା ଓ ବିଜ୍ଞାନ ବିଷୟରେ ଅନେକ ସୁନ୍ଦର ବହି ଓ ଲେଖା ରହିଛି।
ଏକଲବ୍ୟ
↗ଶିକ୍ଷା ଓ ବିଜ୍ଞାନ ବିଷୟରେ ବିଭିନ୍ନ ବହି ଓ ପତ୍ରିକା (ମୁଖ୍ୟତଃ ହିନ୍ଦି ଓ ଇଂରାଜୀ ଭାଷାରେ) ଏଠାରେ ମିଳିପାରିବ। ପିଲାଙ୍କ ପାଇଁ ବହିଗୁଡ଼ିକ ଖୁବ୍ ମନଛୁଆଁ।
ଆହୁରି ଅନେକ ସାଧନ ଓ ସୂଚନା ପାଇଁ
💾 ଉପଯୋଗୀ କାରିକା ଡାଉନ୍ଲୋଡ୍
ଡି-ଇସ୍କିଫାଇ, କନ୍ଭର୍ଟ, କରେକସନ୍, ଓଡ଼ିସର୍ଟ
ଏହି ଚାରିଟି କାରିକା ଗୋଟିଏ ଫୋଲ୍ଡରରେ ରଖି ବ୍ୟବହାର କରିବା ଦରକାର। ବିଭିନ୍ନ ସହାୟକ ସାଧନ (dependencies) ସହିତ ଏସବୁଗୁଡ଼ିକ ଏକାଠି Utility Programs ଡାଉନ୍ଲୋଡ୍ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
🔗 ମୂଳ ପୃଷ୍ଠା ଦେଖନ୍ତୁ
ଅଧିକ ସମ୍ବଳ ଓ ସେବା ପାଇଁ ମୂଳ ପୃଷ୍ଠାଗୁଡ଼ିକ ଦେଖନ୍ତୁ।